ସୃଜନାତ୍ମକତା, ସିଦ୍ଧାନ୍ତ ଅଟେ ଯେ, ମନୁଷ୍ୟ, ପୃଥିବୀ ଏବଂ ଅବଶିଷ୍ଟ ବ୍ରହ୍ମାଣ୍ଡ ଶୂନ୍ୟତାରୁ ବିସ୍ଫୋରିତ ହୋଇ ଉଦ୍ଦେଶ୍ୟହୀନଭାବେ ଆକସ୍ମିକରୂପେ ଅବସ୍ଥିତିକୁ ଆସିନାହିଁ, ବରଂ ମୂଳତଃ ସୃଷ୍ଟି ହୋଇଅଛି I
ଆମେ ଏକ ଛୋଟ ଉତ୍କୃଷ୍ଟତର ହସ୍ତକୃତ, ସ୍ୱୟଂଚାଳିତ, ସ୍ୱୟଂ ନିୟନ୍ତ୍ରିତ ମହାଶୂନ୍ୟ ଯାନର ଉପରି ଭାଗରେ ବାସ କରୁ I ମିଳିତରୂପେ ଜୀବିତାବସ୍ଥା, ବିଜୟ ଓ ମୃତ୍ୟୁ ସହିତ ଆମେ ସୌନ୍ଦର୍ଯ୍ୟ, ସୁଗନ୍ଧ, ପ୍ରେମ ଓ ସଙ୍ଗୀତର ସାକ୍ଷ୍ୟ ବହନ କରୁ I
ଏହି ବିଷୟ ଚିନ୍ତା କର I ଗଣିତ, ଦର୍ଶନ ଶାସ୍ତ୍ର, ବସନ୍ତ କାଳ, ନୈତିକ ଅବନତି, କୃଷି, ପ୍ରେମ ପ୍ରସ୍ତାବନା, ଏକ ତାରା ସଦୃଶ ପଦାର୍ଥ ଓ ବବଲ ଗମ୍ ପରି ସମସ୍ତ ବିଷୟ ଶୂନ୍ୟତାରୁ ଆସିଛି ? ଆକସ୍ମିକରୂପେ ଜାତ ହୋଇଛି...?
ସମସ୍ତ ପିଢି ନିମନ୍ତେ ଏହି ପ୍ରକାରେ ପୃଥିବୀରେ ବାସ କରିବା ଦୂରର ବିଷୟ ହୋଇଥିବା ବେଳେ, ଆମ ଚତୁଃପାର୍ଶ୍ୱରେ ଗତି କରିବା ପାଇଁ ସମସ୍ତ ବିଷୟକୁ ସ୍ଥାନ ଦେଇ ସଜାଇଥିବା ବୈଜ୍ଞାନିକ ଗାଣିତଜ୍ଞଙ୍କ ସମ୍ପୂର୍ଣ୍ଣ ଉପସ୍ଥିତିକୁ ନ ଚିହ୍ନିବା ନିମନ୍ତେ ଆମ ନିକଟରେ ଅତି କମ୍ ବାହାନା ରହିଛି I ଆମେ ଦାମ୍ଭିକ ଓ କଠୋର ହେବା ପରିବର୍ତ୍ତେ ଭୟଭକ୍ତି କରିବା ଉଚିତ୍ I
ପ୍ରାୟତଃ 3,000 ବର୍ଷ ପୂର୍ବେ ଇସ୍ରାଏଲର ରାଜା ଦାଉଦ ଲେଖିଥିଲେ ( ଗୀତ ସଂହିତା ) "ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ୟ୍ଯ ହୁ ; କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?"