ଅସମ୍ଭବ ଲକ୍ଷ : ସମ୍ରାଟ ପ୍ରଜାପତି
by Ron Lyttle    http://www.creationism.org/odia/monarch_or.htm
ସମ୍ରାଟ ପ୍ରଜାପତିର ବୈଜ୍ଞାନିକ ନାମ ହେଉଛି, ଡାନାଅସ୍ ପ୍ଲେକ୍ସିପ୍ପସ୍ । ଏହା ଏକ ବଡ, କମଳିଆ ଓ କଳା ରଙ୍ଗର ପ୍ରଜାପତି ସାଧାରଣରେ ଉତ୍ତର ଆମେରିକାରେ ଅଧିକାଂଶ ଦେଖାଯାଏ । ଏହା ମ୍ୟାକ୍ସିକୋ ଓ କାର୍ଲିଫର୍ନିଆରେ ଶୀତ ଅଞ୍ଚଳକୁ ନିଜ ବାସ ନିମିତ୍ତ ବାର୍ଷିକ ସାମୟିକ ଭ୍ରମଣ ନିମନ୍ତେ ପ୍ରସିଦ୍ଧ ଅଟେ। ଏଥିନିମନ୍ତେ ନ୍ୟାସ୍ନାଲ୍ ଜିଓଗ୍ରାଫିକ୍ ଭଲ୍ୟୁମ୍ 150, ନଂ-2, ଅଗଷ୍ଟ 1976 ଦେଖନ୍ତୁ।

ଏହି ପ୍ରଜାପତି ସାଧାରଣ ସଜନା ଗଛ ଆସ୍ଳେପିଆସ୍ ସ୍ରିକା ର ଏକ ପତ୍ର ଉପରେ ମାଇ ପ୍ରଜାପତି ଦେଇଥିବା ଅଣ୍ଡାରୂପେ ନିଜ ଜୀବନ ଆରମ୍ଭ କରିଥାଏ। ଏହା ପ୍ରାୟତଃ ଗୋଟିଏ ପିନ୍ ଅଗ୍ରଭାଗ ଆକାରର ହୋଇଥାଏ। 3ରୁ 12ଦିନ ପରେ ଅଣ୍ଡାଟି ଫାଟିଲେ, ଏଥିରୁ କ୍ଷୁଦ୍ର ହଳଦିଆ, ଧଳା ଓ କଳା-ଲମ୍ବା ସରୁଦାଗ ଥିବା ପ୍ରଜାପତିର ପୂର୍ବରୁପ ବା ସାମ୍ବାଳୁଆ ପରି କୀଟ ଜନ୍ମ ନିଏ ଓ ଏହା ଗୁରୁଣ୍ଡି ଚାଲିବା ପାଇଁ ଆଠହଳ ଛୋଟ ଓ ମୋଟା ଗୋଡ଼ ଅଛି, ପୁଣି ପାଟିର ଭାଗକୁ ପତ୍ର ଚୋବାଇବା ପାଇଁ ରୂପ ଦିଆଯାଇଛି। ଏତଦ୍ୱାରା ଏହା ବ୍ୟଗ୍ରଭାବେ ଖାଇଥାଏ। କିନ୍ତୁ ଏହି କୀଟ କେବଳ ସଜନା ଗଛରେ ହିଁ ଖାଦ୍ୟ ଖାଇଥାଏ। ଅତଃ ସଜନାଗଛରୁ ଧଳା ଓ ଅଠାଳିଆ ରସ ନିର୍ଗତ ହୁଏ, ତାହା ଅନ୍ୟ ଜନ୍ତୁ ନିମନ୍ତେ ଅତ୍ୟନ୍ତ ବିଷାକ୍ତ ଅଟେ କିନ୍ତୁ କୌଣସିମତେ ସାମ୍ବାଳୁଆର କ୍ଷତି କରେ ନାହିଁ, ବରଂ ତା’ର ଶରୀରକୁ ବ୍ରେକ୍ଫାଷ୍ଟରେ ଭୋଜନ କରିବାକୁ ପସନ୍ଦ କରୁଥିବା ପକ୍ଷୀ ପରି ଅନ୍ୟ ଜନ୍ତୁମାନଙ୍କ ପାଇଁ ଅତ୍ୟଧିକ ବିଷାକ୍ତ କରିଦିଏ। ଆଉ ପକ୍ଷୀମାନେ ତଥା ଅନ୍ୟ ଜନ୍ତୁମାନେ ତା’କୁ ଏକା ଛାଡ଼ିଦେବା ଜାଣନ୍ତି।

ସାମ୍ବାଳୁଆ ଖାଦ୍ୟ ପରେ ଖାଦ୍ୟ ଭୋଜନ କଲାପରେ ବଢ଼ିଥାଏ। ଅତିଶୀଘ୍ର ତାହା ଚର୍ମରେ ଅତି ବଡ଼ ଆକାର ଧାରଣ କରେ, ତେଣୁ ତା’ର ଚର୍ମ ପ୍ରସାରିତ ହୋଇ ଆହୁରି ବଢ଼ିବା ପାଇଁ ଏକ ନୂଆ ବଡ଼ ଚର୍ମ ଦେଇ ପୁରୁଣା ଚର୍ମର ବାହାରକୁ ବାହାର କରିଦିଏ। ପ୍ରାୟତଃ, ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ସାମ୍ବାଳୁଆ ପତ୍ର ଖାଏ, ବଢ଼େ, ନିଜ ଚର୍ମ ବାହାର କରେ, ଅଧିକ ପତ୍ର ଖାଏ, ଅଧିକ ବଢ଼େ, ନିଜ ଚର୍ମ ବାହାର କରେ। ଏହା ଏପରି ପାଞ୍ଚଥର କରିଥାଏ।

ପରିଶେଷରେ ଏହା ଖାଇବା ବନ୍ଦ କରି ଏକ ସୁରକ୍ଷିତ ସ୍ଥାନ ଖୋଜି ଓଲଟା ଓହଳି ରହେ। ପୁଣି ରେଶମସୂତା ପରି ଘୁରି ପୁନର୍ବାର ନିଜର ଚର୍ମ ବାହାର କରେ। କିନ୍ତୁ ଏହିଥରକ ସେହି ପୁରୁଣା ଚର୍ମରୁ ବଡ଼ ସାମ୍ବାଳୁଆ ନ ବାହାରି ଗୋଡ଼ ନ ଥିବା, ଆଖି ନ ଥିବା ଏବଂ କୌଣସି ଶାରିରୀକ ଅଙ୍ଗ ନ ଥିବା ଗୋଟିଏ ଖ୍ରୀସାଲିସ୍ ରେ ଆବଦ୍ଧିତ ପ୍ୟୁପା ନାମକ ମିଶ୍ରିତ ଖୋଳ ଦୃଶ୍ୟମାନ ହୁଏ। ଏହାର ରଙ୍ଗ ସାମ୍ବାଳୁଆ ପରି ବିଭିନ୍ନ ରଙ୍ଗ ମିଶ୍ରିତ ନୁହେଁ, କିନ୍ତୁ ସ୍ୱର୍ଣ୍ଣମୟ-ହଳଦିଆ ଛିଟ ଥିବା ଉଜ୍ଜ୍ୱଳତର ଶାଗୁଆ ରଙ୍ଗ ଅଟେ।

ଆଗକୁ କୌଣସି ହଲଚଲ ଜଣା ପଡ଼େ ନାହିଁ, କିନ୍ତୁ ଭିତର ପଟେ ବହୁତ ହଲଚଲ ହେଉଥାଏ। ହୃଦୟର ସ୍ପନ୍ଦନ ତଥାପି ଚାଲୁଥାଏ, କିନ୍ତୁ ଅବଶିଷ୍ଟ ଭିତର ଅଙ୍ଗ ଶାଗୁଆ ଜେଲି ସଦୃଶ ହୋଇଯାଏ। ସେହି ସମୟରେ ତା’ର ସମସ୍ତ ନିଜସ୍ୱ ରୂପ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରାଣୀ ରୂପରେ ପୁନଃଆକୃତି ଧାରଣ କରେ। ଶାଗୁଆ ରଙ୍ଗ ଗାଢ଼ ହୋଇ ଖଇରିଆ ରଙ୍ଗରେ ପରିଣତ ହୋଇଯାଏ। ଜଣେ ଦେଖୁଥିବା ଅଜଣା ବ୍ୟକ୍ତି ନିମନ୍ତେ ଖୋଳଟି ମୃତ ପରି ଜଣାପଡ଼ି ପାରେ। କିନ୍ତୁ ମଧ୍ୟାବସ୍ଥାର ବହିରାବରଣ ସ୍ପଷ୍ଟ ହେବାକୁ ଲାଗେ, ପୁଣି ଧିରେ ଧିରେ ବୃଦ୍ଧି ପାଇ ପରିବର୍ତ୍ତିତ ହୋଇ ବଡ଼ ପ୍ରଜାପତିର କମଳା ଓ କଳାରଙ୍ଗର ଅଂଶଟି ଦୃଶ୍ୟମାନ ହୁଏ।

ପରିଶେଷରେ, ପ୍ରାୟତଃ ଦୁଇ ସପ୍ତାହ ପରେ ମଧ୍ୟାବସ୍ଥାର ବହିରାବରଣ ମେଲା ହୋଇ ଖୋଲିଯାଏ ଏବଂ ଏକ ବଡ଼ ପ୍ରଜାପତି ଦୃଶ୍ୟମାନ ହୁଏ। ଏହାର ଛଅଟି ଲମ୍ବା ଗୋଡ଼ ଥାଏ। ଗୋଟିଏ ଲମ୍ବା କୁଣ୍ଡଳୀକାର ନଳିବିଶିଷ୍ଟ ଶୁଣ୍ଢ ପତ୍ର ପର୍ଯ୍ୟନ୍ତ ପହଞ୍ଚି ସେଥିରୁ ରସ ପାନ କରିବା ପାଇଁ ବ୍ୟବହୃତ ହୁଏ ଏବଂ ଦୁଇଟି ସଙ୍କୁଚିତ ପର ଭିତରେ ଥିବା ଶିରରେ ଶରୀର ତରଳ ଅଂଶ ପ୍ରବାହିତ କଲାପରେ ପରଗୁଡ଼ିକ ଶୀଘ୍ର ବିସ୍ତାରିତ ହୁଏ। ପରଗୁଡ଼ିକ ବିସ୍ତାରିତ ହେଲାପରେ ପ୍ରାପ୍ତ କରିଥିବା ନୂଆ ଉଡ଼ିବାଯୋଗ୍ୟ ମାଂସପେଶୀ ଶୁଖିବା ପର୍ଯ୍ୟନ୍ତ ପ୍ରଜାପତିଟି ଧିରେ ଧିରେ ତା’କୁ ଆଗପଛ କରି ହଲାଏ, ଯଦ୍ୱାରା ସମ୍ପୁର୍ଣ୍ଣ ବିସ୍ତାରିତ ପରଗୁଡ଼ିକ ଉଡ଼ିବା ପାଇଁ ଦୃଢ଼ରୂପେ ପ୍ରସ୍ତୁତ ହୋଇଯାଏ।

ଅତିଶୀଘ୍ର ପ୍ରଜାପତିଟି ଆକାଶକୁ ଡେଣା ମେଲେଇ ଉଡ଼ିଯାଏ ଏବଂ ହୁଏତ, କାହାର ଫୁଲ ବଗିଚାରେ ଆପଣା ନଳୀବିଶିଷ୍ଟ ଶୁଣ୍ଢ ଦ୍ୱାରା ରସପାନ କରୁଥିବାର ଦେଖିବାକୁ ମିଳିପାରେ କିମ୍ବା ସମସ୍ତ ଚକ୍ର ପୁଣି ଆରମ୍ଭ କରିବାକୁ ସାଥୀ ଖୋଜୁ ଖୋଜୁ ଉଚ୍ଚରେ ଉଡ଼ୁଥିବାର ଦେଖିବାକୁ ମିଳିପାରେ ।


ଜଣେ ବିବର୍ତ୍ତନ ନୀତି ବିଶ୍ୱାସୀ ଭାବେ କଅଣ ଆପଣ ଏହି ବିଷୟ ପ୍ରକାଶ କରିବାକୁ ଗ୍ରହଣ କରିବେ ଯେ, କିପରି ଉପରୋକ୍ତ ପରିବର୍ତ୍ତନ ସମ୍ଭବତଃ ଆକସ୍ମିକ ଭାବେ, ଅନେକ ବଂଶଗତ ତ୍ରୁଟି ଦ୍ୱାରା, ଉଦ୍ଦେଶ୍ୟହୀନରୂପେ, କୌଣସି ବୁଦ୍ଧି ସଂପୃକ୍ତ ନ ଥାଇ, କାରିଗରିର ଜୀବିତାବସ୍ଥା ଦ୍ୱାରା କେବଳ ପରିଚାଳିତ ହୋଇ, କେତେକ ଅବିକଶିତ ପ୍ରାଣୀ ଡେଣା ବିନା ଧୀରେ ଧୀରେ ବିକଶିତ ହୋଇ ଯେପରି ଉଡ଼ନ୍ତା ପ୍ରଜାପତିରେ ପରିଣତ ହୁଅନ୍ତି, ସେପରି ବୃଦ୍ଧି ପାଇପାରିଥାଆନ୍ତା।

ଉପରୋକ୍ତ ପଦ୍ଧତିର କେଉଁ ସୋପାନକୁ ସଂପୂର୍ଣ୍ଣ ରୂପାନ୍ତର କୁହାଯାଏ, କଅଣ ତୁମେ କିଛି ସମୟ ଅଟକି ଯାଇପାର, କାରଣ ଏଯାଏଁ ସେସବୁ ଘଟଣାସବୁ ଘଟିନାହିଁ? ଯଦି ଏପରିକି ଗୋଟିଏ ପୃଷ୍ଟିସାର ମଧ୍ୟ ନ ଥାଏ, କିପରି ଅଣ୍ଡାରୁ ଶୂକ, ପୁଣି ଶୂକରୁ କୋଷା, ପୁଣି କୋଷାରୁ ବଡ଼ କୀଟ ଆଦି ପରିବର୍ତ୍ତନ ଘଟେ? ଏହି ସମସ୍ତ ନିଶ୍ଚିତରୂପେ ବର୍ତ୍ତମାନ ଓ କ୍ରିୟାଶୀଳତା, ସଠିକ୍ ସମୟ ଓ କ୍ରମରେ ହୋଇଥାଏ ନଚେତ୍ ପ୍ରାଣୀଟି ମୃତ୍ୟୁବରଣ କରେ। ଏହି ସମସ୍ତ କାର୍ଯ୍ୟ କରେ ବା କୌଣସିଟି କାର୍ଯ୍ୟ କରେ ନାହିଁ।

କିନ୍ତୁ ମୋ’ ନିକଟରେ “କେବଳ-ତେଣୁ” କାହାଣୀ ପ୍ରକାଶ କର ନାହିଁ; ମୁଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ସମ୍ଭବପର ବ୍ୟାଖ୍ୟା ଚାହେଁ, ଯେପରି ଅନୁବଂଶ ବିଶାରଦ ଆମ କଥାରେ ଅବାନ୍ତର ହସ ହସିବେ ନାହିଁ। ଆଉ ଯେଉଁ ଈଶ୍ୱରଙ୍କୁ ତୁମେ ପ୍ରକୃତି ବୋଲି କହିଥାଅ ଯେ ପର୍ଯ୍ୟନ୍ତ ସେହି ଈଶ୍ୱରଙ୍କଠାରେ ବୁଦ୍ଧି, ରଚନାତ୍ମକ ରୂପକୁ ଚିହ୍ନିବାକୁ ଇଛୁକ ହୋଇନାହଁ, ସେପର୍ଯ୍ୟନ୍ତ ଏହାକୁ “ପ୍ରକୃତିର ଆଶ୍ଚର୍ଯ୍ୟକର୍ମ” ବୋଲି କୁହ ନାହିଁ। ...ଏହି ଲେଖାଟି ସ୍ୱୟଂ ଧ୍ୱଂସନୀୟ ନୁହେଁ।
 

ଅସମ୍ଭବ ଲକ୍ଷ : ସମ୍ରାଟ ପ୍ରଜାପତି
<http://www.creationism.org/odia/monarch_or.htm>

ମୂଖ୍ୟ:  ଓଡ଼ିଆ
www.creationism.org