ଏସ.ଟି. ହେଲେନ୍ ପର୍ବତର 7ଟି ଆଶ୍ଚର୍ଯ୍ୟ
ଲୟଡ୍ ଓ ଡୋରିସ୍ ଆଣ୍ଡର୍ସନଙ୍କ ଦ୍ୱାରା ଉପସ୍ଥାପିତ    http://www.creationism.org/odia/7wonders_or.htm


ପୂର୍ବ ଅବସ୍ଥା


ପରବର୍ତ୍ତୀ ଅବସ୍ଥା

ଉପକ୍ରମ:  ନିମ୍ନରେ ବର୍ଣ୍ଣିତ 7 ଟି ଆଶ୍ଚର୍ଯ୍ୟ ‘80’ ମଶୀହାର ବିସ୍ଫୋଟ କାର୍ଯ୍ୟର ଫଳାଫଳଯୁକ୍ତ ସାତଟି ଭୂତତ୍ତ୍ୱ ସମ୍ବନ୍ଧୀୟ ବୈଶିଷ୍ଟ୍ୟ ଅଟେ ଏବଂ ଏମ୍.ଏସ୍.ଏଚ୍ କ୍ରିଏସନ୍ ଇନଫରମେସନ୍ ସେଣ୍ଟରଠାରେ ପ୍ରକାଶିତ ଅଟେ। କାରଣ ସେସବୁ ତୀବ୍ର ଭାବରେ ସଙ୍ଗଠିତ ହୁଏ ତଥା ସେସବୁ ବିବର୍ତ୍ତନଶୀଳକୁ ଆହ୍ୱାନ ଦିଏ ଯେଉଁଟି ସେପରି ସଙ୍ଗଠନର କାର୍ଯ୍ୟ ଦୀର୍ଘକାଳୀନ ଯୁଗସାପେକ୍ଷ ଅଟେ। ଆମେ ସେସବୁକୁ ସେମାନେ ସୃଷ୍ଟି କରୁଥିବା ବିସ୍ମୟ ଅନୁସାରେ ‘ଆଶ୍ଚର୍ଯ୍ୟ’ ବୋଲି କହିଥାଉ। ବାସ୍ତବରେ, ଏହା ଆମର ଦୃଢ଼ ବିଶ୍ୱାସ ଯେ ଈଶ୍ୱର ଯେଉଁ କ୍ଷିପ୍ର ଗତିରେ ବିଶ୍ୱକୁ ସୃଷ୍ଟି କରିଛନ୍ତି, ତାହା ମନୁଷ୍ୟକୁ ସ୍ମରଣ କରାଇବା ପାଇଁ ଏହି ଆଶ୍ଟର୍ଯ୍ୟସବୁ ଈଶ୍ୱରଙ୍କଠାରୁ ବାର୍ତ୍ତା ଅଟେ।
ଆଗ୍ନେୟଗିରି ବିସ୍ଫୋଟ, ମେ’ 18, 1980
ଆଗ୍ନେୟଗିରି ବିସ୍ଫୋଟ, ମେ’ 18, 1980

1.  ନଅ ଘଣ୍ଟା ମଧ୍ୟରେ ଚିହ୍ନିବା ବହିର୍ଭୁତ ପର୍ବତ ପୁନଃଆୟୋଜିତ ହୋଇଗଲା।  ଏମ୍.ଏସ୍.ଏଚ୍ ପର୍ଯ୍ୟାୟକ୍ରମେ ପର୍ବତଶିଖରର ଅତି ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ବୋଲି ପ୍ରଶଂସନୀୟ ଥିଲା। କୋନ୍ ଆକୃତିର ଓ ବରଫାବୃତ ହୋଇ ଏହା ଉତ୍ତରରେ ସ୍ଫଟିକ ପରି ସ୍ୱଚ୍ଛ ହ୍ରଦ ସହିତ ଗଭୀର ଜଙ୍ଗଲଯୁକ୍ତ ଗଭୀର ପର୍ବତ ଫାଙ୍କରୁ ମଧ୍ୟ ଅଧିକ ଉଚ୍ଚ ଗଡ଼ସଦୃଶ ହୋଇଥିଲା। 1980ର ମାର୍ଚ୍ଚ ମାସରେ ମାଗ୍ମା କୀଳାସଦୃସ ଏହାକୁ ବିଭାଜିତ କରୁଥିବା ପର୍ବତ ଆଡ଼କୁ ଘୁଞ୍ଚିବାକୁ ଲାଗିଲା। ମେ ମାସ 18 ତାରିଖ ସକାଳ 8ମିନିଟ୍ 32ସେକେଣ୍ଡରେ ଗୋଟିଏ ଶକ୍ତିଶାଳୀ ଭୂମିକମ୍ପ ଆସିବା ଦ୍ୱାରା ଉତ୍ତରୀୟ ସ୍ଥାନଟି ନିମ୍ନରେ ଥିବା ଉପତ୍ୟକା ଆଡ଼କୁ ଖସିଯାଇଥିଲା ତଥା ଇତି ମଧ୍ୟରେ ଭୟଙ୍କର ଚାପ ସୃଷ୍ଟି କରି ଉତ୍ତରୀୟ ପଙ୍ଖାକୃତି ବିସ୍ଫୋରଣ ସୃଷ୍ଟି ହୋଇଥିଲା। 8 ମିନିଟର ଏହି ପ୍ରାଥମିକ ବିସ୍ଫୋରଣ 600 କିଲୋମିଟର ଜଙ୍ଗଲକୁ ଧ୍ୱଂସ କରିଦେଇଥିଲା।

ପର୍ବତଟି ସନ୍ଧ୍ୟା ପର୍ଯ୍ୟନ୍ତ ବିସ୍ଫୋଟିତ ହୋଇ 20,000 ହିରୋସିମା-ଶ୍ରେଣୀର ଆଟମ୍ ବମର କ୍ଷମତା ବିସ୍ତୃତ କଲା। ସେହି ନଅ ଘଣ୍ଟା ମଧ୍ୟରେ , ଶିଖରସ୍ଥ ¼ ଭାଗ ଓ ପର୍ବତର ସମସ୍ତ କେନ୍ଦ୍ରସ୍ଥଳ ଅଦୃଶ୍ୟ ହୋଇଗଲା ତଥା ବିରାଟ, ଫାଙ୍କ, ଘୋଡ଼ାପାଦର ନାଲ ଆକାତି ପରି ଆଗ୍ନେୟ ଗିରିର ଗହ୍ୱର ଅବଶିଷ୍ଟ ରହିଲା। ଗଭୀର ସଂକୀର୍ଣ୍ଣ ଫାଙ୍କ ପୂର୍ଣ୍ଣ ହୋଇଗଲା, 75mର ବସ୍ତୁ ହ୍ରଦର ନିମ୍ନଭାଗରେ ଜମା ହୋଇଗଲା ଏବଂ ପର୍ବତର ଉତ୍ତର ଓ ଉତ୍ତର-ପଶ୍ଚିମ ପାର୍ଶ୍ୱରେ ନିଷ୍କାସିତ ହୋଇଥିବା ନଦୀଟି ପ୍ରାୟତଃ 45mର ଜମା ଉପାଦାନ ତଳେ ପୋତି ହୋଇଗଲା। କେବଳ 9 ଘଣ୍ଟା ମଧ୍ୟରେ ଭୂଭାଗଟି ଏକ ଲୁକାୟିତ, ଜୀବନହୀନ ଚନ୍ଦ୍ରପୃଷ୍ଠ ପରି ହୋଇଗଲା।

150 ବର୍ଷର ଭୂତାତ୍ତ୍ୱିକ କ୍ରମ-ବିକାଶ ବିପଦପୂର୍ଣ୍ଣ ଘଟଣାର ଭୂମିକାକୁ କମାଇଦେଇଛି। ତଥାପି ଏକ ଛୋଟ ଆଗ୍ନେୟଗିରିରୁ ଏହି ନଅଘଣ୍ଟାର ବିସ୍ଫୋରଣ ଦ୍ୱାରା ଉତ୍ପନ୍ନ ବଡ଼ ଭୂତାତ୍ତ୍ୱିକ ପରିବର୍ତ୍ତନ ବିଶାଳ ପରିବର୍ତ୍ତନ ପାଇଁ ଏକ ନିୟୁତ ବର୍ଷ ସମୟ ନେବ।

2.  ପାଞ୍ଚ ମାସରେ ଗଭୀର ଉପତ୍ୟକା ତିଆରି ହେଲା।  ପାଞ୍ଚ ମାସରେ ବାରମ୍ବାର ବିସ୍ଫୋଟ ହୋଇ କାଦୁଅ ଓ ଜ୍ୱଳନ୍ତା ଅଙ୍ଗାର ସ୍ରୋତ ଦୁଇ ଗଭୀର ଉପତ୍ୟକା ତିଆରି ହୋଇ 1.5x2.0 ମାଇଲ୍ ବିଶିଷ୍ଟ ଏକ ଆଗ୍ନେୟଗିରିର ମୂଖ ନିର୍ମାଣ ହେବା ନିମିତ୍ତ ନିଷ୍କାସନ ସୃଷ୍ଟି ହେଲା। ପ୍ରାଥମିକ ନିଷ୍କାସନ, ଛୋଟ ଉପତ୍ୟକା 200m ଗଭୀର ଥିଲା। ଏହାର ପୂର୍ବରେ ଲୁଓ୍ୱିଟ୍ ଉପତ୍ୟକା ରହିଛି। ଉଭୟ ଉପତ୍ୟକା 30mର ନିଦା ପ୍ରସ୍ତର ଦ୍ୱାରା କଟି ଦୁଇଭାଗ ହୋଇଛି। ପ୍ରତ୍ୟେକ ଉପତ୍ୟକା ଦେଇ କ୍ଷୁଦ୍ର ଜଳସ୍ରୋତ ପ୍ରବାହିତ ହେଉଥିଲା। ଚାରିତ୍ରିକ ବିବର୍ତ୍ତନଶୀଳ ବ୍ୟାଖ୍ୟା ହେଉଛି, କ୍ଷୁଦ୍ର ଜଳସ୍ରୋତ ଧୀରେ ଧୀରେ ଅନେକ ଯୁଗ ଧରି ଗୋଟିଏ ଉପତ୍ୟକା ସୃଷ୍ଟି କରିଥାଏ। ଏହି ସଂକ୍ରାନ୍ତରେ ଆମେ ଜାଣୁ ଯେ, ଉପତ୍ୟକା ଗୁଡ଼ିକ ଶୀଘ୍ର ସୃଷ୍ଟି ହୋଇଯାଏ; ପୁଣି ଏକ ସ୍ରୋତ ସେଥିମଧ୍ୟ ଦେଇ ପ୍ରବାହିତ ହୁଏ। ପାଠ୍ୟପୁସ୍ତକ ଅନୁଯାୟୀ ପୃଥିବୀର ଅଧିକ ଚିତ୍ତାକର୍ଷକ ଉପତ୍ୟକା ବା ବିରାଟ ଉପତ୍ୟକା ଏକଶହ ନିୟୁତ ବର୍ଷରୁ ବି ଅଧିକ ସମୟ ପୂର୍ବେ କ୍ଷୟକାରକ ସ୍ରୋତ ଦ୍ୱାରା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଭୂତାତ୍ତ୍ୱିକ କ୍ଷୟଶୀଳତାରେ ନିପୁଣ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ, ଏମ୍.ଏସ୍.ଏଚଠାରେ ଥିବା ଉପତ୍ୟକା ଭଳି ଏହା ଦୃତବେଗରେ ସୃଷ୍ଟି ହୋଇଥିଲା।
 

ଉପତ୍ୟକା ତୀବ୍ରରୂପେ ଗଠନ ହୋଇପାରେ!
ଏସ୍.ଟି. ହେଲେନ ପର୍ବତ – ୟୁ.ଏସ୍.ଜି.ଏସ୍ ଫୋଟୋ
ଅନେକ ଆବରଣ ଶୀଘ୍ର ତଳକୁ ଖସି ଯାଇଛି!
ଫିଗର୍ 236 - ଜ୍ୱଳନ୍ତା ଅଙ୍ଗାର ସ୍ରୋତର ତରଙ୍ଗ ୟୁନିଟ୍ ଲୋକାଲିଟି 19 ଠାରେ ଦୃଶ୍ୟମାନ ହେଲା (ଫିଗର. 226) ପଶ୍ଚିମ ଅତିକ୍ରମିକ ଉପରେ, ଶିଖରସ୍ଥ ସ୍ତର ବିନ୍ୟାସ।
ସ୍ତର ବିନ୍ୟାସ ତୀବ୍ରତର ଥିଲା! - ସ୍କେଲ୍ ପାଇଁ ହାତ ଦେଖନ୍ତୁ
 
ଏସ୍.ଟି. ହେଲେନ ପର୍ବତର ତୀବ୍ରତର ଆବରଣକୁ ବଡ଼ ଉପତ୍ୟକାର (ବଡ଼ ବନ୍ୟା) ତୀବ୍ରତର ଆବରଣ ସହିତ ତୁଳନା କର!

- କୋଲୋରାଡୋ ନଦୀଠାରେ, 1923ରେ ରୋଲାନ୍ଡ ବରଚାର୍ଡ (ବାମ) ଏବଂ କ୍ଲାଡ୍ ବାର୍ଡସୀ (ଡାହାଣରେ ରେକଡ଼ିଙ୍ଗ କରୁଛନ୍ତି)। ବଡ଼ ଉପତ୍ୟକା – ୟୁ.ଏସ୍.ଜି.ଏସ୍ ଫୋଟୋ  

 

3.  ପାଞ୍ଚ ବର୍ଷରେ ଖରାପ ଭୂମି ସୃଷ୍ଟି ହେଲା।  ଖରାପ ଭୂମିର ସ୍ଥଳାକୃତି ଦକ୍ଷିଣପଶ୍ଚିମ ଓ ଦକ୍ଷିଣ ଡାକୋଟାରୁ ମିଳିଅଛି। ପ୍ରସ୍ତର ଢାଞ୍ଚା ଥିବା ସ୍ଥାନରେ ଯେଉଁଠାରେ ଢିଲା ବସ୍ତୁଗୁଡ଼ିକ କ୍ଷତି ପ୍ରାପ୍ତ ହୋଇଛି, ପୁଣି ତୀକ୍ଷଣ ଦନ୍ତୁରିତ ଧାରସବୁ ଅବଶିଷ୍ଟ ରହିଛି କିନ୍ତୁ ପ୍ରାଞ୍ଜଳ ପ୍ରାକୃତିକ ଦୃଶ୍ୟ ପରିଦୃଷ୍ଟ ହେଉଛି, ଏହା ସେହିଠାରେ ଦେଖିବାକୁ ମିଳେ। ଏ ପ୍ରକାର ଭୂମିର ଉତ୍ତମ ବ୍ୟାଖ୍ୟା ହେଉଛି, ଜଳ, ସହସ୍ର ବର୍ଷଠାରୁ ଅଧିକ ସମୟ ଧରି ଢିଲା ପଦାର୍ଥଗୁଡ଼ିକୁ ଧୋଇ ଦେଇଥାଏ ଓ ମୁକ୍ତରୂପେ ଠିଆ ହୋଇ ରହିଥିବା ଗଡ଼ସୂରୁପ ପ୍ରସ୍ତର ଢାଞ୍ଚା ଅବଶିଷ୍ଟ ରହିଯାଏ।

ଏମ୍.ଏସ୍.ଏଚଠାରେ ବିଶାଳ ଭୂ-ସ୍ଖଳନ ବହୁତ ପରିମାଣରେ ବରଫ ଓ ତୁଷାର ନେଇ ଆସେ ଏବଂ ସେସବୁକୁ ଉତ୍ତରରେ ଗଭୀର ଉପତ୍ୟକାରେ ପୋତି ଦିଏ। ଦିନଯାକ 290 ଡିଗ୍ରୀ C.ର 10m ପାଉଁଶ ମଧ୍ୟ ଜମା ହେଉଥିଲା, ତା’ର ଫଳରେ ବରଫ ଶୀଘ୍ର ତରଳି ଯାଇ ଏହାର ବାଷ୍ପର ଝଲକ ସୃଷ୍ଟି ହେଉଥିଲା। ଏହି ସମାନ ଉର୍ଜା ପଦ୍ଧତି ଦ୍ୱାରା ହିଁ ସମ୍ପୂର୍ଣ୍ଣ ଦିନ ପର୍ବତ ଉପରେ ବିସ୍ଫୋଟ ହେଉଥିଲା। ଜଳ ବାଷ୍ପରେ ପରିଣତ ହେବା ଦ୍ୱାରା ତାହାର 1700 ଗୁଣ ଅଧିକ ବୃଦ୍ଧି ଘଟିଥାଏ। ଯେତେବେଳେ ଏପରି ଘଟେ, ସଙ୍ଗେ ସଙ୍ଗେ ବିସ୍ଫୋରଣ ହେଉଥାଏ। ପରିଶେଷରେ ସେହିପରି ସମାନ ବିସ୍ଫୋରଣ ଦ୍ୱାରା ସମସ୍ତ ଜଳ ସେହିଥିରେ ହିଁ ବ୍ୟବହୃତ ହୋଇଯାଇଥିଲା।

ଯେତେବେଳେ ଲାଲ୍ ଗରମ ପାଉଁଶ ପୋତି ହୋଇଥିବା ବରଫ ଓ ତୁଷାରକୁ ଆବୃତ କରୁଥିଲା, ତଦ୍ଦ୍ୱାରା ବରଫ ତରଳି ବାଷ୍ପର ମାତ୍ରା ବୃଦ୍ଧି ହେଉଥିଲା, ଏମିତି କିଛି “ବାଷ୍ପ ବିସ୍ଫୋରଣ ଗର୍ତ୍ତ” କୁହାଯାଉଥିବା (40m ପର୍ଯ୍ୟନ୍ତ ଗଭୀର) ବିଷୟ ଗଠିତ ହେଲା। ସେସବୁର ପ୍ରାୟତଃ ଭୂଲମ୍ବ ପାର୍ଶ୍ୟ ଥିଲା ଯେଯାଏଁ ମାଧ୍ୟାକର୍ଷଣ ସେସବୁକୁ ଧ୍ୱଂସ କଲା ତଥା “ଛୋଟ ପ୍ରବାହ ଓ ନର୍ଦ୍ଦମା” ସୃଷ୍ଟି କରି ପ୍ରଭାବିତ କଲା, ତାହା ଖରାପ ଭୂମି ସ୍ଥଳାକୃତିର ଗୋଟିଏ ଚିତ୍ରସ୍ୱରୁପ ହେଲା। (ଛୋଟ ପ୍ରବାହଗୁଡ଼ିକ ନର୍ଦ୍ଦମା ଅଟେ)। ୟୁ.ଏସରେ ଥିବା ବିଶାଳ ଖରାପ ଭୂମିର ଦୃଶ୍ୟଗୁଡ଼ିକ ମଧ୍ୟ ଆକସ୍ମିକ ଘୋର ବିପତ୍ତିର ପ୍ରଭାବ ଦ୍ୱାରା ଓ ଅନ୍ୟ କେତୋଟି ଆଗ୍ନେୟଗିରି ସମ୍ବନ୍ଧୀୟ କାର୍ଯ୍ୟ ଦ୍ୱାରା ଉତ୍ପନ୍ନ ହୋଇଥାଇପାରେ।

4.  ସ୍ତରଯୁକ୍ତ ସ୍ଟ୍ରାଟା ତିନି ଘଣ୍ଟାରେ ତିଆରି ହେଲା।  ଜୁନ୍ 12, 1980ରେ ତୃତୀୟ ବିଧ୍ୱସ୍ତକାରୀ ବିସ୍ଫୋରଣ ଦ୍ୱାରା 8mର ଭୂତାତ୍ତ୍ୱିକ ସ୍ତର ଉତ୍ପନ୍ନ ହୋଇଥିଲା ଓ ତାହା ପ୍ରତ୍ନତତ୍ତ୍ୱବିତମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କ୍ରମାଗତ ସ୍ତରଗୁଡ଼ିକ ସୃଷ୍ଟି ନିମନ୍ତେ ଦୀର୍ଘ ସମୟ ଲାଗେ ବୋଲି ପାରମ୍ପାରିକ ଚିନ୍ତାଧାରା ରହିଛି; ତଥପି ଉପରସ୍ତ 100 ସ୍ତରସବୁ ଅଧିକତର ରାତ୍ରୀ ସମୟର 9 ଓ 12 ଘଣ୍ଟା ମଧ୍ୟରେ ଜମା ହୋଇଥାଏ। ଯେତେବେଳେକି ପକ୍ଷ ଗୁଚ୍ଛ ଦୃତଗତିରେ ପର୍ବତ ଉପରକୁ ନଅ ମାଇଲ୍ ପର୍ଯ୍ୟନ୍ତ ଉଠିଲା, ଜ୍ୱଳନ୍ତା ପ୍ରୋକ୍ଲାଷ୍ଟିକ୍ ସ୍ରୋତର ଝଡ଼ ଆଗ୍ନେୟଗିରିରୁ ବ୍ୟଗ୍ରତା ସହ ବାହାରିବା ଆରମ୍ଭ କଲା ତଥା ନିମ୍ନ ସ୍ଥାନର ଉତ୍ତରୀୟ ଗଡ଼ାଣି ହୋଇ ପ୍ରତ୍ୟେକଟି ତଳ ଉପତ୍ୟକାକୁ ଅନ୍ୟ ଏକ ପରସ୍ତ ଆବୃତ କରି ଧୁଳିସାତ୍ କରୁଥିଲା। ପ୍ରତ୍ୟେକ ଇଞ୍ଚର ଅଂଶରୁ ମାପ କରି ମୋଟା ଅଂଶର ଦୈର୍ଘ୍ୟ ଯାଏଁ , ପ୍ରତ୍ୟେକଟି ଗଠିତ ହେବା ପାଇଁ ଅଳ୍ପ ସେକେଣ୍ଡରୁ ଅଳ୍ପ ମିନିଟ୍ ଯାଏଁ ସମୟ ଲାଗିଲା।

ଭୂତତ୍ୱବିତ୍ ସ୍ଟିଭେନ୍ ଅଷ୍ଟିନ୍ ବ୍ୟାଖ୍ୟା କରନ୍ତି- ଏହି ଆଗ୍ନେୟ ସ୍ରୋତ ଭୂମିରେ ଲାଖି ରହେ, ସ୍ୱଚ୍ଛ ଆଗ୍ନେୟଗିରିର ଭଗ୍ନାବଶେଷର ଅଶାନ୍ତ ତରଳ, ପତଳା ମିଶ୍ରଣ ଅଟେ। ବ୍ୟାତ୍ୟା ପରି ସେସବୁ ତଳକୁ ପର୍ବତ ପାର୍ଶ୍ୟକୁ ଗଡ଼ିଯାଇ 540 ଡିଗ୍ରୀ C ର ପଦାର୍ଥ ଜମା କରିଯାଏ। କେହି ମଧ୍ୟ ଆଶା କରିବ ଯେ ଏହା ଏକ ପ୍ରକାର ହୋଇ ଭଲରୂପେ ମିଶ୍ରିତ ହେବା ଦରକାର। ଆଶ୍ଚର୍ଯ୍ୟରୂପେ ଏହି ଅତି ଉତ୍ତପ୍ତ ତରଳ ପଦାର୍ଥ ଲାଲ୍-ଗରମ ପାଉଁଶ ଓ ଆଗ୍ନେୟ ପଥର ଅଲଗା ହୋଇ ସ୍ପଷ୍ଟ ଦିଶୁଥିବା ସ୍ତର ଅଂଶ ହୁଏ। ଏହିପରି ଦୃଶ୍ୟ ତଳତଳିଆ ମଇଳା ସ୍ତର ଟାଙ୍କିର ଲାବୋରୋଟାରୀରେ ନିୟମ ଅନୁସରଣକାରୀ ସ୍ରୋତ ବ୍ୟାଖ୍ୟା କରାଯାଇଥାଏ।

ସମାନ ପ୍ରକାର ସ୍ତର ବଡ଼ ଉପତ୍ୟକାର ଧୂଳିପଥର ଟାପିଟରେ ଦେଖାଯାଏ। ମାନ୍ୟଗଣ୍ୟ ବୁଦ୍ଧି କହେ, ସେସବୁ ଧୀର ଓ ନିରନ୍ତର ତଳତଳିଆ ମଇଳା ସ୍ତର ଯୁଗ ଯୁଗ ଧରି ହୋଇଥିବାରୁ ଗଠିତ ହୋଇଥାଏ। ଉଭୟ ଗ୍ୟାସ୍ ଦ୍ୱାରା ଉତ୍ପନ୍ନ ଉତ୍ତପ୍ତ ତରଳ ପଦାର୍ଥ ଯାହାକି ଏମ୍.ଏସ୍.ଏଚ୍ ସ୍ଟ୍ରାଟା ସୃଷ୍ଟି କରେ ଓ ଜଳରୁ ସୃଷ୍ଟି ଉତ୍ତପ୍ତ ତରଳ ପଦାର୍ଥ ଯାହାକି ଟାପିଟ୍ ସ୍ଟ୍ରାଟା ଗଠିତ କରେ ଉଭୟ ପଦାର୍ଥ ବିଜ୍ଞାନର ନିୟମ ଅନୁସରଣ କରେ। ଆଗ୍ନେୟଗିରି ବ୍ୟାଖ୍ୟା କରିଅଛି ଯେ, ଏହିପରି ଆକାର ଗଠନ ତୀବ୍ର ବେଗରେ ହୋଇପାରେ। ଏକ ବିଶ୍ୱବ୍ୟାପୀ ବନ୍ୟା ସଂକ୍ଷିପ୍ତ ସମୟରେ ସେପରି ଟାପିଟ୍ ସୃଷ୍ଟି କରିପାରେ।

5.  ନଦୀ ପଦ୍ଧତି ନଅ ଘଣ୍ଟାରେ ଗଠିତ ହେଲା।  ମେ’ ମାସ 28 ତାରିଖରେ ଘଟିଥିବା ଭୂ-ସ୍ଖଳନ ନଦୀ ଓ ଜାତୀୟ ରାଜପଥକୁ ସ୍ପିରିଟ୍ ହ୍ରଦରେ ପ୍ରାୟତଃ 45 m ପର୍ଯ୍ୟନ୍ତ ପୋତି ଦେଇଥିଲା। ଏହାମଧ୍ୟ ଅଧିକାଂଶ ଅନ୍ୟ ଜଳ ନିଷ୍କାସନ ସ୍ରୋତ ଉପରୋକ୍ତ ଉପତ୍ୟକାରେ 60 square km ପର୍ଯ୍ୟନ୍ତ ପୋତି ହୋଇ ତାହାର ମୂଖଭାଗ ବନ୍ଦ ହୋଇଯାଇଥିଲା। ପୂର୍ବରୁ ଅବସ୍ଥିତ ବିସ୍ତୃତ ମହାସାଗରରେ ଜଳ ପ୍ରବାହ ନିମନ୍ତେ ବାଇସ ମାସ ଧରି କୌଣସି ସ୍ଥିରକୃତ ପଥ ରହିଗଲା ନାହିଁ।

ପୁଣି, ମାର୍ଚ୍ଚ 19, 1982ରେ ବିସ୍ଫୋଟ ଏକ ବିରାଟ ବରଫ ଖଣ୍ଡ ତରଳାଇ ସମ୍ପୂର୍ଣ୍ଣ ଶୀତଦିନ ଗହ୍ୱରରେ ପୂର୍ଣ୍ଣ ହୋଇ ସ୍ତୁପ କରି ରଖିଲା। ସମସ୍ତ ଜଳ ଢିଲା ପଦାର୍ଥ ସହିତ ମିଶି ପର୍ବତର ଗଡ଼ାଣି ଅଂଶରେ ନିରନ୍ତର କାଦୁଅ ସ୍ରୋତ ସୃଷ୍ଟି କଲା। ନଅ ଘଣ୍ଟାରେ କାହାର ଚକ୍ଷୁ ନ ଦେଖିଲା ପରି କାଦୁଅ ସ୍ରୋତ ଅନେକ ଉପତ୍ୟକା ଉପରେ ଏକ ନିଷ୍କାସନର ଏକୀଭୂତ ପଦ୍ଧତି ଗଠିତ କରି ଶାନ୍ତ ସମୁଦ୍ର ଆଡ଼କୁ ଏକ ପଥ ସୃଷ୍ଟି କଲା। ନିଷ୍କାସନ ସ୍ରୋତ ଅତି କମରେ 30m ଗଭୀର ତିନୋଟି ଗର୍ତ୍ତ ନିଜ ସହିତ ମିଶାଇଲା। ଗୋଟିଏର ଡାକନାମ ହେଉଛି “ ଟୋଟଲର ଛୋଟ ସର୍ବଶେଷ ଉପତ୍ୟକା” କାରଣ ଏହା ସର୍ବଶେଷ ଉପତ୍ୟକାର ଏକ 1/40ତମ ସ୍କେଲ୍ ମଡେଲ୍।

ଅଧିକ ଜଳ (କିମ୍ବା କାଦୁଅ) ଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରେ ଆଉ ଅଳ୍ପ ଜଳ (କିମ୍ବା କାଦୁଅ) କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଅନନ୍ତକାଳର ସମୟ ନିଏ।

ବିବର୍ତ୍ତନଶୀଳ ଭୂତତ୍ୱବିତ୍ ଇସ୍ଟର୍ନ ଓ୍ୱାସିଙ୍ଗଟନର ଖାଲୁଆ ସ୍ଥାନଗୁଡ଼ିକରେ 40,000 square km ର ଗଠନ ନିମନ୍ତେ ଦୀର୍ଘକାଳୀନ ସମୟ ନିର୍ଦ୍ଧାରିତ କରିଥିଲେ। ‘70’s ରେ ସେମାନେ ଚିହ୍ନି ପାରିଲେ ଯେ, ଏହି ବିସୃତ ଭୌଗଳିକ ଗଠନ ଯେଉଁଥିରେ ବଡ଼ କୁଲି ଅତି ବେଶୀ ଦୁଇ ଦିନରେ ସୃଷ୍ଟି ହେଲା ତାହା ଏକ ବିପଦପୂର୍ଣ୍ଣ ଘଟଣା ଦ୍ୱାରା ଉତ୍ପନ୍ନ ଅଟେ। ବିପଦପୂର୍ଣ୍ଣ ଘଟଣା ପୃଥିବୀ ପୃଷ୍ଠର ଉପରି ଭାଗରେ ବଡ଼ ଏରେସନାରୀ ଗଠନକୁ ଭଲରୂପେ ବ୍ୟାଖ୍ୟା କରେ। ପ୍ରାୟତଃ 300 ଲୋକଙ୍କ ଦଳ କହେ, ଏକ ଘଟଣା କାର୍ଯ୍ୟର ବିଷୟରେ—ବିଶ୍ୱବ୍ୟାପୀ ବନ୍ୟା।

6.  ବୁଡ଼ୁଥିବା ଗଛଗଣ୍ଡି ଠିକ୍ ଦଶ ବର୍ଷରେ ଅନେକ ଯୁଗର ଜଙ୍ଗଲ ପରି ଦିଶେ।  ଲକ୍ଷ ଲକ୍ଷ ବୃକ୍ଷ ମୂଖ୍ୟ ବିସ୍ଫୋଟ ଦିନ ସ୍ପରିଟ୍ ଲେକ୍ ହ୍ରଦରେ ଧୋଇ ହୋଇଯାଇଥିଲା। ବର୍ଷ ବର୍ଷ ବିତି ଗଲା ପରେ ଗୋଟିଏ ପରେ ଗୋଟିଏ ସେସବୁ ଜଳମଗ୍ନ ହୋଇ ଉପରେ ଭାସିବାକୁ ଲାଗିଲା। ଘନ ଚେର କାଠ ତଥାପି ଗଛ ଗଣ୍ଡିର 10% ଅଂଶ ଅଟେ। ଯେଉଁ ଗଣ୍ଡି ଗୁଡ଼ିକ ସଠିକ୍ ଅବସ୍ଥାରେ ଗଭୀର ତଳ ଭାଗରେ ଭାସେ ତା’ର ଚେର ହ୍ରଦରେ ଶୀଘ୍ର ନିରନ୍ତର ମଇଳା ପାଣି ଦ୍ୱାରା ଘୋଡ଼େଇ ହୋଇ ଧୋଇ ହେଇଥାଏ। ସେସବୁ ପୋତା ସ୍ଥାନରେ ବଢ଼ୁ ଥିବାର ଦିଶେ ଓ ମରିଯାଏ, ଏହିଭଳି ଦୀର୍ଘ କାଳ ଧରି ଗୋଟିଏ ଜଙ୍ଗଲ ଉପରେ ଆଉ ଗୋଟିଏ ହୋଇଚାଲେ।

ଏଭଳି ଗଠନ ୟେଲୋସ୍ଟୋନ୍ ନ୍ୟାସନାଲ୍ ପାର୍କରେ ସ୍ପେସିମେନ୍ ରିଜକୁ ମିଶାଇ ଅନ୍ୟ ସ୍ଥାନରେ ଦେଖିବାକୁ ମିଳେ। ସେଠାରେ, ଭୂତତ୍ତ୍ୱବିତ୍ ହିଡ଼ପରି ସ୍ଥାନରେ 27 ଭିନ୍ନ ଭିନ୍ନ ସ୍ତରଯୁକ୍ତ “ବଦ୍ଧମୂଳ” ଜଙ୍ଗଲ ପାଇଲେ ଏବଂ ତାହା ବ୍ୟତୀତ ସେମାନେ 27ଟି ଧାରାବାହିକ ଜଙ୍ଗଲ ଉପରେ ଦୃଷ୍ଟି ରଖିଥିଲେ। ସ୍ପେସିମେନ୍ ରିଜଠାରେ ବ୍ୟାଖ୍ୟାମୂଳକ ସୂଚକ ସେସବୁର ଭୁଲ୍ ପ୍ରକାଶ କରୁଥିଲା। ପାଠ କଲେ ଏହା କହେ: “ଆଗ୍ନେୟଗିରିର ପ୍ରସ୍ତର ମଧ୍ୟରେ ସମାଧିସ୍ଥ ଯାହା ବର୍ଣ୍ଣନା କରେ, ଯେ ପର୍ବତଗୁଡ଼ିକ ସତାଇଶ ବିଭିନ୍ନ ପ୍ରକାରର ସ୍ତର 500 ଲକ୍ଷ ବର୍ଷ ପୂର୍ବେ ଜନ୍ମି ଉଠିଥିବା ପୁରୁଣାକାଳିଆ ଜଙ୍ଗଲ ଅଟେ। ”

ଆଜି ସତ୍ୟଟି ହଜିଯାଇଛି ଓ ଚିହ୍ନ ଲୋପ ପାଇଛି। ବୈଜ୍ଞାନିକମାନେ ଅନୁଭବ କଲେ ଯେ, ଉଲ୍ଲେଖଯୋଗ୍ୟ ସ୍ପରିଟ୍ ଲେକ୍ ସ୍ପସିମେନ୍ ରିଜକୁ ପ୍ରକାଶ କରେ। ବୃକ୍ଷଗୁଡ଼ିକ ହ୍ରଦରେ ଭାସିଲା, ଜଳଭେଦି ଦୀର୍ଘଦିନ ହେବ ତଳ ସ୍ତରରେ ବୁଡ଼ି ଯାଇଛି ଏବଂ ତାହା ଗୋଟିଏ ଜଙ୍ଗଲ ଉପରେ ଅନ୍ୟ ଜଙ୍ଗଲ ବଢ଼ିଥିବା ଅନେକ ଜଙ୍ଗଲର ଦୃଶ୍ୟ ଦେଖାଏ। 500 ବର୍ଷର ସୃଷ୍ଟି ହୁଏତ କିଛି ବର୍ଷରେ ହୋଇପାରିଥାଆନ୍ତା ପୁଣି, ଗଛ ଗଣ୍ଡି ଗୁଡ଼ିକର ପ୍ରସ୍ତରିକରଣ ନିମନ୍ତେ ସମୟ ଦରକାର ହୋଇ ଥାଆନ୍ତା (100ରୁ 1000 ବର୍ଷ)।

7.  ଶୀଘ୍ର କୋଇଲା ଗଠନ ନିମନ୍ତେ ଏକ ନୂଆ ମଡେଲ୍। ଡକ୍ଟର।  ସ୍ଟିଭେନ୍ ଅଷ୍ଟିନ୍ ପ୍ପେନ୍ ୟୁନିଭରସିଟିଠାରେ କନ୍ଟକିରେ ଏକ କୋଇଲା ଖଣିର ଅଧ୍ୟୟନ ଉପରେ ଆଧାରିତ କୋଇଲା ଗଠନ ପାଇଁ ଏକ ନୂତନ ମଡେଲ୍ ସମ୍ବନ୍ଧରେ ତାଙ୍କର ଡାକ୍ଚଟୋରାଲ୍ ସନ୍ଦର୍ଭରେ ଲେଖନ୍ତି। ଯେତେବେଳେକି କୋଇଲା ଗଠନକୁ ବ୍ୟାଖ୍ୟା କରିବା ପାଇଁ ଭୁତତ୍ତ୍ୱବିତମାନେ ଅଙ୍ଗାରଯୁକ୍ତ କାଦୁଅ ମଡେଲ୍ 100 ବର୍ଷ ଧରି ବ୍ୟବହାର କରିଛନ୍ତି, ଅଷ୍ଟିନ୍ ସେହି ବ୍ୟାଖ୍ୟାଟି ସଠିକ୍ ନୁହେଁ ବୋଲି ଯୁକ୍ତି କଲେ। କାରଣ କୋଇଲା ଅଙ୍ଗାରଯୁକ୍ତ କାଦୁଅ ପରି ଭଲଭାବରେ ଗଠିତ ନ ହୋଇ, ଗଛର ଛେଲି ପରି ନିକୃଷ୍ଟଭାବେ ସୂକ୍ଷ୍ମ ଗଠିତ ହୋଇଥାଏ। ଅଙ୍ଗାରଯୁକ୍ତ କାଦୁଅରେ ମୂଳ ପଦାର୍ଥ ରହିଥାଏ; ତାହା କୋଇଲାରେ ନ ଥାଏ। ଅଙ୍ଗାରଯୁକ୍ତ କାଦୁଅ ମାଟିର ସ୍ତର ଉପରେ ଅବଶିଷ୍ଟ ରହେ; କୋଇଲା ପ୍ରାୟତଃ ଏକ ପ୍ରସ୍ତର ସ୍ତର ଉପରେ ଅବଶିଷ୍ଟ ରହେ। କୋଇଲାରେ ଆଂଶିକ ଭାବେ ଗଠିତ ହୋଇଥିବା କୌଣସି ଅଙ୍ଗାରଯୁକ୍ତ କାଦୁଅ ମିଳିନାହିଁ।

ଅଷ୍ଟିନ୍ ପ୍ରଗତି ଏକ ଭାସମାନ ମ୍ୟାଟ୍ ମଡେଲରେ ପ୍ରଗତି କଲେ – ଯେ, ଏକ ଆକସ୍ମିକ ଜଳମୟ ବିପଦ ଲକ୍ଷ ଲକ୍ଷ ଏକରର ଜଙ୍ଗଲ ଧୋଇ ଦେଇ ସେସବୁକୁ ପଟି ଗୁଡ଼ିକରେ ଛନ୍ଦି ଦେଲା। ଏହି ପଟିଗୁଡ଼ିକ କେଣ୍ଟକିର ସମୁଦ୍ର ଉପରେ ଭାସିବାକୁ ଲାଗିଲା। ପରସ୍ପର ଉପରେ ଉଛୁଳି ସେସବୁର ଖୋଳ ଗଭୀର ଭିତରେ ଖସି ଯାଉଥିଲା। ପରବର୍ତ୍ତୀ ଆଗ୍ନେଗିରିୟ ପ୍ରକ୍ରିୟା ଉତ୍ତାପ ଓ ଚାପ ଯୋଗାଇ ଦେବାରୁ, ସର୍ବଶେଷ ଉପାଦାନ କୋଇଲା ଉତ୍ପାଦନ ପାଇଁ ଲାବୋରେଟୋରୀରେ ବ୍ୟବହୃତ ହେଲା। ଏହା ଫଳସ୍ୱରୂପ କେଣ୍ଟକିରେ କୋଇଲାରେ ଗଭୀର ସ୍ତର ମିଳିଲା ଓ ଅଷ୍ଟିନ୍ ନିମନ୍ତେ ଏକ ପି.ଏଚ୍.ଡି ପ୍ରାପ୍ତ ହେଲା।

କେବଳ ଦଶ ମାସ ପରେ ପରେ ଏସ୍.ଟି. ହେଲେନ୍ ପର୍ବତ ବିସ୍ଫୋଟିତ ହୋଇ ସ୍ପିରିଟ୍ ହ୍ରଦରେ ଗଛଖଣ୍ଡ ସହିତ ପ୍ରଚୁର ପରିମାଣରେ ଉଦ୍ଭିଦସମୂହ ଫୋପାଡ଼ିଲା। ଡକ୍ଟର ଅଷ୍ଟିନ୍ ଗଛଖଣ୍ଡକୁ ତାର ଛେଲିଠାରୁ ଅଲଗା ହୋଇଥିବା ହ୍ରଦରେ ପାଇଲେ। ହ୍ରଦର ଭିତର ତଳ ଅଂଶ ଛେଲି ମିଶ୍ରିତ ଉଦ୍ଭିଦ ଓ ମଇଳା ପୂର୍ଣ୍ଣ ହୋଇ ତିନି ଫିଟ୍ ପର୍ଯ୍ୟନ୍ତ ଜମା ହୋଇଥିଲା। ଏହି ଦିନ ନିମନ୍ତେ ପଦାର୍ଥଗୁଡ଼ିକ ପ୍ରାୟତଃ ଉଦ୍ଭିଦଗୁଡ଼ିକୁ ଧୀରେ ଧୀରେ ପଚାଇବା ପାଇଁ ଅବଶିଷ୍ଟ ରହିଲା। କିନ୍ତୁ ଆକସ୍ମିକ ବିପଦ ସଠିକ୍ ପରିମାଣର ଉତ୍ତାପ ଓ ଚାପ ଯୋଗାଏ ତେବେ ପଦାର୍ଥଗୁଡ଼ିକ ଅତି ଶୀଘ୍ର କୋଇଲାରେ ପରିଣତ ହେବ। ଡକ୍ଟର ଅଷ୍ଟିନଙ୍କ ଅନୁସନ୍ଧାନ ସୂଚିତ କରେ ଯେ କୋଇଲା ଆକୃତି ପ୍ରାପ୍ତ କରିବାର ଚିନ୍ତାଟି ଯେଉଁ ଲକ୍ଷ ଲକ୍ଷ ବର୍ଷର ଆବଶ୍ୟକତା କରେ, ତାହା ଅତ୍ୟଧିକ ପ୍ରଶ୍ନବାଚ୍ୟ ଅଟେ।
 

"ଏସ.ଟି. ହେଲେନ୍ ପର୍ବତର 7ଟି ଆଶ୍ଚର୍ଯ୍ୟ"
<http://www.creationism.org/odia/7wonders_or.htm>

ମୂଖ୍ୟ:  Oriya
www.creationism.org